ପୁଣି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ସୋନପୁର: ସୋନପୁର ଜିଲ୍ଲାର ତିନିଟି ବ୍ଲକରେ ଆଜି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଜିଲ୍ଲାରୁ ଚିହ୍ନଟ ୪ କରୋନା ପଜିଟିଭଙ୍କ ମଧ୍ୟରୁ ସୋନପୁର ବ୍ଲକର ୨ ଜଣ ଓ ତରଭା ଏବଂ ଡୁଙ୍ଗୁରିପାଲି ବ୍ଲକର ଜଣେ ଲେଖାଏଁ ଅଛନ୍ତି।  ବାହାର ରାଜ୍ୟରୁ ଫେରିଥିବା ଏହି ବ୍ୟକ୍ତିମାନେ ସଂଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ନମୁନା ରିପୋର୍ଟ ଆସିବା ପରେ ୪ ଜଣ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣାପଡ଼ିଛି। ସେମାନଙ୍କୁ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି ଜିଲ୍ଲାବାସୀଙ୍କୁ ସୂଚିତ କରିଛନ୍ତି ଜିଲ୍ଲାପାଳ।