ପୁଣି ଭୁବନେଶ୍ୱରରୁ ଦୁଇ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ଦୁଇ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୨୫ ବର୍ଷୀୟ ବ୍ୟକ୍ତି ଆପୋଲ ହସ୍ପିଟାଲରର କର୍ମଚାରୀ ହୋଇଥିବା ବେଳେ ତାଙ୍କର ଜଣେ ସଂପର୍କୀୟ ସୁରାଟରୁ ଫେରିଥିଲେ । ସେ ତାଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ଆଉ ଜଣେ କରୋନା ଆକ୍ରାନ୍ତ ନୟାପଲ୍ଲୀ ଅଂଚଳର ଶ୍ରୀରାମ ବିହାର ଆପାର୍ଟମେଣ୍ଟର ୬୭ ବର୍ଷୀୟ ବ୍ୟକ୍ତି । ଏହାପରେ କଳିଙ୍ଗ ବିହାରର ଜଣେ ୩୦ ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନାଗର ନିଗମ ସୂଚନା ପ୍ରଦାନ କରିଛି ।