ଆଜି ୧୮୬ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୧ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୨୧, ଝାରସୁଗୁଡ଼ାରେ୨, କେନ୍ଦୁଝରରେ୧୧, ଯାଜପୁରରେ୧୨, ମାଲକାନଗିରିରେ ୧, କଟକରେ ୧୨, ଜଗତସିଂହପୁରରେ ୧୧, ଅନୁଗୁଳରେ ୧, ଢେଙ୍କାନାଳରେ୨, ଭଦ୍ରକରେ ୧, ଗଜପତିରେ ୧୫, ବରଗଡ଼ରେ ୧୬, , କଳାହାଣ୍ଡିରେ ୧୬, ଗଞ୍ଜାମରେ ୪, ପୁରୀରେ ୭, ସୁନ୍ଦରଗଡ଼ରେ ୩, ବଲାଙ୍ଗୀରରେ ୨, ମୟୂରଭଞ୍ଜରେ ୧୩ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।