ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୫ଟି ମାମଲା କ୍ଵାରାଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୩୦ଟି ମାମଲା ସ୍ଥାନୀୟ ବୋଲି ଜଣାପଡିଛି। ଆଜି ଚିହ୍ନଟ ହୋଇଥିବା ୧୭୫ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ଆକ୍ରାନ୍ତ ଥିବାବେଳେ ମୟୁରଭଞ୍ଜରୁ ୫ ଜଣ, ଖୋର୍ଦ୍ଧାରୁ ୨୫ ଜଣ, ସୁନ୍ଦରଗଡ଼ରୁ ୫ ଜଣ, କଟକରୁ ୩ ଜଣ, ଜଗତସିଂହପୁରରୁ ୭ ଜଣ, ଝାରସୁଗୁଡ଼ାରୁ ଜଣେ, ବାଲେଶ୍ୱରରୁ ୬ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡାରୁ ୪ ଜଣ, କନ୍ଧମାଳରୁ ୭ ଜଣ, ବରଗଡ଼ରୁ ୧୧ ଜଣ, ପୁରୀରୁ ୧୮ ଜଣ, ବଲାଙ୍ଗୀରରୁ ୩ ଜଣ ଓ ଗଞ୍ଜାମରୁ ଜଣେ ରହିଛନ୍ତି ।
COVID-19 REPORT FOR 16th JUNE
New positive cases: 175
In quarantine: 145
Local contacts: 30(Details of local contacts will be shared by concerned Dist Administration)
District Wise Cases
1. Mayurbhanj: 5
2. Khordha: 25
3. Sundargarh: 5
4. Cuttack: 3
5. Jagatsinghpur: 7— I & PR Department, Odisha (@IPR_Odisha) June 17, 2020
ସେହିପରି ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି।