ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ; ବୌଦ୍ଧ ହେଲା ସାମିଲ୍

ଭୁବନେଶ୍ୱର : ରାଜ୍ୟରେ ପୁଣି ୧୫ଜଣ କରୋନା ରୋଗୀ ଚିହ୍ନଟ । ଏଥିମଧ୍ୟରୁ ପୁଣି ଗଞ୍ଜାମରୁ ୭ଜଣ, ଅନୁଗୁଳରୁ ୨, ପୁରୀ ୨, ଯାଜପୁର ୧ ଓ ବୌଦ୍ଧରୁ ୩ଜଣ ଚିହ୍ନଟ ହୋଇଛନ୍ତି । ପୁଣି କରୋନା ଆଉ ଗୋଟିଏ ନୂଆ ଜିଲ୍ଲାକୁ ମାଡ଼ିୁଛି । ବୌଦ୍ଧ ଜିଲ୍ଲାକୁ ଗ୍ରାସିଛି କରୋନା । ନୂଆ ଜିଲ୍ଲା ହିସାବରେ ଆଜି ଅନୁଗୁଳ ଜିଲ୍ଲା ତାଲିକା ଭୁକ୍ତ ହୋଇ ରେଡ୍ ଜୋନ୍‌କୁ ଯାଇଛି । ଏବେ ବୌଦ୍ଧ ଏଥିରେ ଯୋଡ଼ି ହୋଇଗଲା । ଜିଲ୍ଲା ସଂଖ୍ୟା ପହଂଚିଲା ୨୧ରେ । ପୁରୀ ଜିଲ୍ଲା ପିପିଲ ଅଚଂଳରେ ଜଣେ ଚିହ୍ନଟ ହୋଇଥିଲେ ସେ ସ୍ୱାସ୍ଥ୍ୟ ହେଲା ପରେ ଜିଲ୍ଲା ଗ୍ରୀନ୍ ଜୋନକୁ ଆସିଥିଲା । ଏବେ ପୁଣି ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩୭୭ଜଣ ଆକ୍ରାନ୍ତ ହେଲେଣି । ଗଞ୍ଜାମରେ ସଂଖ୍ୟା ପହଂଚିଲା ୧୨୫ରେ , ଅନୁଗୁଳ ସଂଖ୍ୟା -୧୫, ଯାଜପୁର – ୬୦ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।