ପୁଣି ୧୨୯ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳୁ ୧୯ଜିଲ୍ଲାରୁ ସର୍ବାଧିକ ୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ୧୬, ନୂଆପଡ଼ା ୧୨, ବଲାଙ୍ଗୀର ୧୧, ଗଞ୍ଜାମରୁ ୧୦, ଯାଜପୁରରେ ୧୦, ଖୋର୍ଦ୍ଧାରେ ୭, ବାଲେଶ୍ୱର ୬, ସୁନ୍ଦରଗଡ଼ ୬, ମୟୁରଭଞ୍ଜ ୬, ବରଗଡ଼ ୬, କଟକ ୫, ପୁରୀ ୪, ଦେବଗଡ଼ ୪, କେନ୍ଦୁଝରରୁ ୩ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ, ମାଲକାନଗିରି, ସମ୍ବଲପୁର ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।