ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୩୦ ଜଣ ଥିବା ବେଳେ ଖୋର୍ଧାର ୧୯, ବାଲେଶ୍ୱରରୁ ୧୪, ବଲାଙ୍ଗୀରରୁ ୧୨, ଢେଙ୍କାନାଳରୁ ୯ ଓ ନୟାଗଡ ଏବଂ ସୁନ୍ଦରଗଡରୁ ୭ ଜଣ ଲେଖାଏଁ ରହିଛନ୍ତି । ସେହିପରି ଅନୁଗୁଳର ୬, କେଉଁଝରରୁ ୫, ଜଗତସିଂପୁର ଓ ପୁରୀର ୪, ଦେବଗଡ, କେନ୍ଦ୍ରାପଡା ଓ ଝାରସୁଗୁଡାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି ।