ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ଵାରାଣ୍ଟିନ ସେଣ୍ଟରରେ ଥିବାବେଳେ ୧୩ଟି ସ୍ଥାନୀୟ କେସ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣ, ନୟାଗଡ଼ରୁ ୪ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ଜଣେ, କଳାହାଣ୍ଡିରୁ ୪ ଜଣ, ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ବଲାଙ୍ଗୀରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ମୟୁରଭଞ୍ଜରୁ ୪ ଜଣ, କୋରାପୁଟରୁ ଜଣେ, କେଉଁଝରରୁ ଜଣେ ଓ ବୌଦ୍ଧରୁ ଜଣେ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 9th JUNE
New Positive Cases: 110
In quarantine: 97
Local contacts: 13(Details of local contacts will be shared by concerned Dist. Administration)
District Wise Cases
1. Jagatsinghpur: 33
2. Raygada: 4
3. Cuttack: 20
4. Jharsuguda: 1
5. Khordha: 14— I & PR Department, Odisha (@IPR_Odisha) June 10, 2020
ଏପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୧୮୫୪୧୦ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏଥିମଧ୍ୟରୁ ୩୨୫୦ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧୦୬ଟି ସକ୍ରିୟ ମାମଲା ରହିଛି। ସେହିପରି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।