୨୦ ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୈାସୁମୀ!

ଭୁବନେଶ୍ୱର: ଓଡ଼ିଶାରେ ତାତି କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ହେଉଛି । ମୈାସୁମୀ ଜୁନ ୦୮ରେ କେରଳ ଛୁଇଁଛି । ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

ଚଳିତ ଥର ଓଡ଼ିଶାକୁ ମୈାସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି । ଆଉ ୪,୫ ଦିନ ମଧ୍ୟରେ ମୈାସୁମୀ ଓଡ଼ିଶାକୁ ଆସିପାରେ । ଜୁନ ମାସ ୨୦ରୁ ୨୨ ତାରିଖ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାକୁ ପ୍ରଥମେ ମୈାସୁମୀ ଛୁଇଁବ । ଆସନ୍ତା ୨୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଦକ୍ଷିଣ ,ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ରହିଛି । 

ଚଳିତ ମାସ ୦୮ରେ ମୈାସୁମୀ କେରଳ ଛୁଇଁଥିଲା । ଓଡ଼ିଶାରେ ପ୍ରାକ ମୈାସୁମୀ ପ୍ରଭାବରେ ବର୍ଷା ହେଉଛି । ଏହିପରି ସ୍ଥିତିରେ ପାଗ ଅନୂକୂଳ ରହିଲେ ଆଗାମୀ ଆଉ ୪,୫ ଦିନ ମଧ୍ୟରେମୈାସୁମୀ ଓଡ଼ିଶା ଛୁଇଁବା ନେଇ ଅନୁମାନ କରାଯାଇଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ହେବା ସମ୍ଭାବନା ନେଇ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।