ଆସନ୍ତା ୭ଦିନରେ ଓଡ଼ିଶା ଛୁଇଁବ ମୈାସୁମୀ!

ଭୁବନେଶ୍ୱର:: ଓଡ଼ିଶାରେ କିଛି ଦିନ ହେବ ତାତିରୁ ସାମାନ୍ୟ ନିସ୍ତାର ପାଇଛି । ମୈାସୁମୀ ଜୁନ ୦୮ରେ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । 

ଚଳିତ ମାସ ୦୮ରେ ମୈାସୁମୀ କେରଳ ଛୁଇଁଥିଲା । ଓଡ଼ିଶାରେ ପ୍ରାକ ମୈାସୁମୀ ପ୍ରଭାବରେ ବର୍ଷା ହେଉଛି । ଏହିପରି ସ୍ଥିତିରେ ପାଗ ଅନୂକୂଳ ରହିଲେ ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବା ନେଇ ଅନୁମାନ କରାଯାଇଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ହେବା ସମ୍ଭାବନା ନେଇ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।