ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ୩୦ ତାରିଖ ପୂର୍ବରୁ ବସିବ। ଏ ନେଇ ଆଜି ଟୁଇଟ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ତେବେ କରୋନା ମହାମାରୀ ସମୟରେ ବୈଠକ ବିଧାନସଭାରେ ହେବ କି ଅନ୍ୟ କେଉଁଠି ସେ ନେଇ ସ୍ଥାନ ନିରୂପଣ ହୋଇପାରି ନଥିବା ନେଇ ସେ କହିଛନ୍ତି। କୋଭିଡ୍‌ କଟକଣା ଭିତରେ କିପରି ଗୃହ ପରିଚାଳନା କରିବାକୁ ହେବ ସେ ସମ୍ପର୍କରେ ଶ୍ରୀ ପାତ୍ର ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ଜଣାଇଛନ୍ତି।