ଆରମ୍ଭ ହେଲା ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ତାତିରୁ ମିଳିଲା ନିସ୍ତାର । ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଛି । ଏହି ଲଘୁଚାପ ଓଡିଶାରେ ମୌସୁମୀ ପ୍ରବେଶକୁ ତ୍ୱରାନ୍ୱିତ କରିବ । ଏହାଦ୍ୱାରା ୪୮ ଘଣ୍ଟା ଭିତରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସମ୍ଭାବନା ରହିଛି ।


ଅନ୍ୟପଟେ ମୌସୁମୀ ଛୁଇଁବା ପରେ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି । ଏପରିକି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ ତୋଫାନ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର ।