ଆହୁରି ୩ ଦିନ ବର୍ଷିବ

ଭୁବନେଶ୍ୱର : ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇଛି । ଫଳରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷାରେ ସାରା ଓଡିଶା ଭିଜିବାରେ ଲାଗିଛି ।

ଗତ କିଛିଦିନ ଧରି ରାଜ୍ୟରେ ବର୍ଷା ଉଭାନ ହୋଇଯାଇଥିଲା । ମୌସୁମୀ ଏକ ପ୍ରକାର ଦୁର୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା  ।କିନ୍ତୁ ଗତକାଲି ଠାରୁ ମୌସୁମୀ ପୁଣି ସକ୍ରିୟ ହୋଇ ଉଠିଛି । ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତର ଓ ଆଭ୍ୟନ୍ତରୀଣ ଓଡିଶାର ଏହାର ପ୍ରଭାବ ଅଧିକ ରହିବ । ଆହୁରି ତିନି ବର୍ଷା ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ବର୍ଷା ପ୍ରଭାବରେ ଆଜି ସକାଳ ୫ଟା ସୁଧା ପୁରୀରେ ସର୍ବାଧିକ ୮୭ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୫୧ ମିମି, ଗୋପାଳପୁରରେ ୨୬ ମିମି ଓ ଚାନ୍ଦବାଲିରେ ୩୧ମିମି ବର୍ଷା ରେକର୍ଡ ହୋଇଛି ।