ଓଡିଶାକୁ ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର :ଓଡିଶାରେ ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି।

ପ୍ରେସମିଟରେ ବିଭାଗୀୟ ସଚିବ ମାଧବନ ରାଜୀବନ କହିଛନ୍ତି, ଓଡ଼ିଶାକୁ ନିର୍ଦ୍ଧାରିତ ଦିନଠାରୁ ୩/୪ ଦିନ ବିଳମ୍ବରେ ଆସିବ ମୌସୁମୀ। କେରଳରେ ପୂର୍ବ ନିର୍ଦ୍ଧାରତ ଜୁନ ୧ରେ ପହଂଚିବ ମୌସୁମୀ। ଓଡ଼ିଶାକୁ ଜୁନ୍ ୯/୧୦ ବଦଳରେ ୧୩ ସୁଦ୍ଧା ପହଂଚିବାର ସମ୍ଭାବନା ରହିଛି। ଓଡ଼ିଶା ସହ ଉତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି।