ଆସନ୍ତା ୪୮ ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ!

ନୂଆଦିଲ୍ଲୀ:ପ୍ରବଳ ଗୁଳୁଗୁଳି ଏବଂ ପ୍ରଚଣ୍ଡ ରୌଦ୍ର ତାପ ମଧ୍ୟରେ ଆଶ୍ୱସ୍ତୀର ଖବର ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ । ତେବେ ଚଳିତ ବର୍ଷ ମୌସୁମୀ ଦୁର୍ବଳ ରହିବ ବୋଲି କୁହାଯାଉଛି ।

ସ୍କାଇମେଟର ପାଣିପାଗ ବିଜ୍ଞାନୀ ସମର ଚୌଧୁରୀ କହିଛନ୍ତି କି, ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ କେରଳ ଛୁଇଁବାର ଆଶଙ୍କା ରହିଛି । ଏଥର ମୌସୁମୀ ଦୁର୍ବଳ ରହିବ । ତେବେ ଦିଲ୍ଲୀ ଏବଂ ଏହାର ନିକଟବର୍ତୀ ଅଂଚଳକୁ ମୌସୁମୀ ଛୁଇଁଲା ବେଳକୁ ଜୁନର ଶେଷ ସପ୍ତାହ ହୋଇଯିବ । ଏଥିରେ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ବିଳମ୍ବ ମଧ୍ୟ ହୋଇପାରେ । 

ତେବେ ବିଗତ ୬୫ ବର୍ଷ ମଧ୍ୟରେ ଚଳିତ ବର୍ଷ ଦ୍ୱିତୀୟ ଶୁଷ୍କ ବର୍ଷ ହେବ ବୋଲି କୁହାଯାଉଛି । ସାମାନ୍ୟ ବର୍ଷାର ମାତ୍ରା ୧୩୧.୫ମିମି ରହିଥିବା ବେଳେ ଚଳିତ ବର୍ଷ ୯୯ ମିମି ରହିଛି । ତେଣୁ ଚଳିତ ବର୍ଷ କମ୍ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।