କେରଳର ନିକଟତର ମୌସୁମୀ

ନୂଆଦିଲ୍ଲୀ: ଆଉ କିଛି ଘଂଟା ପରେ କେରଳ ଛୁଇଁବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ।  ବର୍ତମାନ ମୌସୁମୀ କେରଳ ପାଖାପାଖି ପହଁଚିଥିବା ଏବଂ ସଂପୂର୍ଣ୍ଣ ଭାବେ ଏହା ଆସନ୍ତା ୮ତାରିଖରେ କେରଳ ଛୁଇଁବ ବୋଲି ବିଭାଗ କହିଛି । ସାଧାରଣ ଭାବେ ଜୁନ ୧୫ ସୁଧା ମୌସୁମୀ ମୁମ୍ବାଇ ପହଁଚିଯାଇଥାଏ  ।କିନ୍ତୁ ଚଳିତ ଥର ଏକ ସପ୍ତାହ ବିଳମ୍ବ ହୋଇପାରେ ।

ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ଜୁନ ୬ ସୁଧା ମୌସୁମୀ କେରଳ ଛୁଇଁବ ବୋଲି ଅନୁମାନ କରିଥିଲା । ଚଳିତ ଥର ପ୍ରାୟ ୯୬ ପ୍ରତିଶତ ବର୍ଷା ହୋଇପାରେ । ଅର୍ଥାତ ମୌସୁମୀର ପ୍ରଭାବ ଠିକ ରହିବ । ବର୍ତମାନ ଉତର ଭାରତର ଅନେକ ସ୍ଥାନରେ ଗରମ ପବନ ସହ ଲୁ ବୋହୁଛି । ରାଜସ୍ଥାନର ଚୁରୁରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି ।