ଭୁବନେଶ୍ୱର: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେତୁ ପ୍ରବଳ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରିଲାଣି । ଜୁନ ୪ରେ ମୈାସୁମୀ କେରଳ ଛୁଇଁବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକଙ୍କ ଜୀବନଯାପନରେ ପରିବର୍ତ୍ତନ ଦେଖାଦେଉଛି । ଆସନ୍ତା ଜୁନ ୪ରେ କେରଳକୁ ମୈାସୁମୀ ଆଗମନ କରିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି । ଏହାପୂର୍ବରୁ ମେ ୨୨ସୁଦ୍ଧା ଆଣ୍ଡାମାନ ଛୁଇଁବ ମୈାସୁମୀ । ମୈାସୁମୀ କେରଳ ଛୁଇଁବାର ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁଥାଏ ।