କେନ୍ଦୁଝର: ଚମ୍ପୁଆର କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କାର୍ରୁ ଶନିବାର ପୁଲିସ ଟଙ୍କା ଜବତ କରିଛି। ଟଙ୍କା ଜବତ ହୋଇଥିବା ବିଧାୟକ ପ୍ରାର୍ଥୀ ନାମ ଯଦୁମଣି ବାରିକ ବୋଲି ଜଣାପଡ଼ିଛି। ଯଦୁମଣିଙ୍କ କାରରୁ ଚମ୍ପୁଆ ପୁଲିସ ୧ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି ।
ସୂଚନାଯୋଗ୍ୟ, ଶଙ୍କରପୁର ନିକଟରୁ ଏହି ଟଙ୍କା ଜବତ ହୋଇଛି। ଚମ୍ପୁଆ ଥାନାରେ ଯଦୁମଣିଙ୍କୁ ପଚରାଉଚରା କରାଯାଉଛି। ସେହିପରି କୋକସରାରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟେର ଖୁଟୁଲଗୁଡା ଛକ ନିକଟରେ ଆସ୍କା ପୁଲିସ ନିର୍ବାଚନ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକରୁ ଏହି ଟଙ୍କା ଜବତ ହୋଇଛି । ବରଗଡ ବରାହଗୁଡା ଗାଁର ସୁଦାମ ଭୋଇଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଥିବା ବେଳେ ସେ ଗୋପାଳ ଫିଡ ରାଇସକୁ ଟଙ୍କା ନେଇ ଯାଉଥିବା କହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଆଉ ଅଳ୍ପ ଦିନ ବାକି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ୍ ଟଙ୍କା କାରବାର ଉପରେ ନିର୍ବାଚନ କମିଶନ ନଜର ରଖିଛନ୍ତି। ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ଵାର୍ଡ ଅଧିକାରୀ ଚଢାଉ କରୁଛନ୍ତି । ଗତକାଲି ରାତିରେ ସୁନ୍ଦରଗଡ କୋଏଡା ବସଷ୍ଟାଣ୍ଡରେ ଯାଞ୍ଚ ବେଳେ ଗୋଟିଏ ବୋଲେରୋରୁ ୬ ଲକ୍ଷ ୭୦ ହଜାର ଟଙ୍କା ମହିଳି। ସେହିପରି ରାଜଗାଙ୍ଗପୁର ଟାଉନ କଂଗ୍ରେସ ସଭାପତି ଇଫତକାର ଅହମ୍ମଦ ଓ ତାଙ୍କର ସମ୍ପର୍କୀୟ ଇମ୍ରାନ ଇକବାଲଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଜବତ ହୋଇଛି। ସେପଟେ ଗୁଣୁପୁରରେ ଫ୍ଲାଇଂ ସ୍କୁଆଡର ଚଢାଉରେ ୫ ଲକ୍ଷ ଟଙ୍କା ଜବତ ହୋଇଛି ।