ସୋମବାର ସବୁ ସ୍କୁଲ ଛୁଟି  : କଂଗ୍ରେସର ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ଘୋଷଣା କଲେ ସରକାର

ଭୁବନେଶ୍ୱର: ସୋମବାର ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ତାରିଖ ସୋମବାର ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦେଶ ନାମା ଜାରି ହୋଇଛି ।  ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ଓ ବାମଦଳର ବନ୍ଦ ଡାକରା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି।

ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପିଲାମାନଙ୍କ ସୁରକ୍ଷାକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।