କ୍ୟାନସର ଚିହ୍ନଟ ପାଇଁ ଏସ୍‌ସିବିରେ ଖୋଲିଲା ମଲିକ୍ୟୁଲାର ଜେନୋମିକ୍ସ ଲ୍ୟାବ୍

କଟକ: କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍‌ସିବି ମେଡିକାଲରେ ଉଦ୍‌ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଏହି ଲାବୋରୋଟାରୀ ମାଧ୍ୟମରେ ଯାଞ୍ଚ କରାଯାଇପାରିବ। ପୂର୍ବରୁ ଏହା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ନିମନ୍ତେ ଉଦ୍‌ଘାଟନ କରାଯାଇଥିବା ବେଳେ ଏବେ ଏହାକୁ ସାଧାରଣ ରୋଗୀଙ୍କ ଚିକିତ୍ସା ଲାଗି ଖୋଲାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ପୂର୍ବରୁ ଦେଶର ପ୍ରମୁଖ ଘରୋଇ ହସ୍ପିଟାଲରେ ଏହି ଲାବୋରୋଟାରୀ ଥିବା ବେଳେ ପ୍ରଥମଥର ଲାଗି ଦେଶର କୌଣସି ମେଡିକାଲ କଲେଜରେ ଏହାକୁ ବ୍ୟବହାର କରାଯିବ ।