ଲାଲବାହିନୀଙ୍କ ଲଙ୍କାକାଣ୍ଡ;ଡିୟୁଟିରୁ ଫେରୁଥିବା ଡିଆରଜି ଯବାନଙ୍କୁ କଲେ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଅର୍ଗଟା ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ଜଣେ ଡିଆରଜି ଯବାନ ଡିୟୁଟିରୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଡିଆରଜି ଯବାନ ଜଣକ ଡିୟୁଟି ସାରି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ରାସ୍ତାରେ ଅଟକାଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୁଲିସ ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରିଛି।