ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ

କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡା ହେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ): ସବୁ କଳ୍ପନା କଳ୍ପନାର ଘଟିଲା ଅନ୍ତ । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ।

ବିଜେପିର ସମସ୍ତ ବିଧାୟକ ଦଳଙ୍କ ସହମତି କ୍ରମେ ଏହି ନାମକୁ ଘୋଷଣା କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହିତ କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କଲେ ରାଜନାଥ ସିଂ । ଆସନ୍ତାକାଲି ଏହି ନେତାମାନେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ବୋଲି ଜଣାପଡିଛି ।