କୋର୍ଟରୁ ମହମ୍ମଦ ଶାମୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ପଶ୍ଚିମବଙ୍ଗର ଜିଲ୍ଲା ଅଦାଲତରୁ ଆଶ୍ୱସ୍ତି ମିଳିଛି । କୋର୍ଟ ଶାମୀଙ୍କ ଗିରଫ ୱାରେଣ୍ଟକୁ ସ୍ଥଗିତ ରଖିଛନ୍ତି । ଶାମୀଙ୍କ ନାଁରେ ନିଜର ପତ୍ନୀ ହାସିନ ଜହାଁଙ୍କ ଘରୋଇ କଳି ଓ ଯୌନ ଉତ୍ପୀଡନ ମାମଲାରେ ଅଭିଯୋଗ ଆଣିଥିଲେ । ଗତ ସପ୍ତାହ କୋର୍ଟ ଶାମୀ ଓ ତାଙ୍କର ଭାଇ ହାସିଦ ଅହମଦଙ୍କ ବିରୋଧରେ କୋର୍ଟ ଗରିଫ ୱାରେଣ୍ଟ ଜାରି କରିଥିଲେ । କୋର୍ଟ ନିଜର ଆଦେଶରେ ଆଗାମୀ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଶାମୀଙ୍କ ଓକିଲ ସଲିମ ରହମାନ କହିଛନ୍ତି, ସୋମବାର ଆଲିପୁର ଜିଲ୍ଲା ଦୌରାଜଜ ରାୟ ଚଟ୍ଟୋପାଧ୍ୟାୟ ଶାମୀଙ୍କ ଗିରଫ ୱାରେଣ୍ଟକୁ ସ୍ଥଗିତ ରଖିଛନ୍ତି । ଏହି ମାମାଲାର ଆଗାମୀ ଶୁଣାଣୀ ନଭେମ୍ବର ୨ରେ ହେବ ।  

ସୂଚନାଯୋଗ୍ୟ ଶାମୀଙ୍କ ପତ୍ନୀ ହାସିନ ଜହାଁ ଗତ ବର୍ଷ ତାଙ୍କ ବିରୋଧରେ ମାଡ଼ମାରିବା, ଦୁଷ୍କର୍ମ, ହତ୍ୟା ଉଦ୍ୟମ ଓ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଉଭୟଙ୍କ ମଧ୍ୟରେ ତଲାକ ନେଇ ମାମଲା କୋର୍ଟରେ ବିଚାରାଧୀନ ଅଛି । ଗତ ବର୍ଷ ଯେତେବେଳେ ପତି-ପତ୍ନୀଙ୍କ ସଂପର୍କରେ ବିବାଦ ସୃଷ୍ଟି ହୋଇଥିଲା, ହାସିନ ଦୁର୍ନୀତି ଓ ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗ ଆଣିଥିଲେ । ମାତ୍ର ବିସିସିଆଇ କମିଟି ଯାଞ୍ଚ ସମୟରେ ସେମିତି କିଛି ଘଟଣା ପାଇ ନଥିଲା । ଶାମୀ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ।