ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବପୁଳ ସଂଖ୍ୟକ ଭୋଟ୍ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରୀ ଆସନ୍ତା ମାସ ଅର୍ଥାତ ଜୁନ୍ରୁ ଆରମ୍ଭ କରିବାକୁ ଯାଉଛନ୍ତି। ସେ କ୍ରିଜିଜ୍ସ୍ତାନର ବିସକେକ୍ଠାରେ ହେଉଥିବା ସଂଘାଇ କୋପରେସନ ଅର୍ଗାନାଇଜେସନ୍(ଏସ୍ସିଓ)ରେ ଯୋଗ ଦେବା ପାଇଁ ସେ ବିଦେଶ ଗ୍ରସ୍ତ କରିବେ ବୋଲି ଜାଣିବାକୁ ମିଳିଛି।
ଦୁଇ ଦିନିଆ ଏସ୍ସିଓ ସମ୍ମିଳନୀ ଜୁନ୍ ୧୩ ଓ ୧୪ ତାରିଖରେ ହେବ। ମୋଦୀ ସେଠାରେ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ସାମ୍ନାସାମ୍ନି ଭେଟିବେ।ମୋଦୀ ପରେ ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଜାପାନର ଓସାକା ଯାତ୍ରା କରିବେ। ଏହି ସମ୍ମିଳନୀରେ ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ରୁଷ୍ ରାଷ୍ଟ୍ରପତି ଭ୍ଲଦମିର୍ ପୁତିନ ଏବଂ ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ପରି ବଳିଷ୍ଠ ଚେହେରା ଦେଖିବାକୁ ମିଳିବ। ପରେ ଅଗଷ୍ଟ ମାସରେ ମୋଦୀ ଜି୭ ଗ୍ରୁପ୍ ମିଟିଂରେ ଯୋଗ ଦେବାକୁ ପ୍ୟାରିସ୍ ଗସ୍ତ କରିବେ ବୋଲି ସୂଚନା ରହିଛି।