ଜାନୁଆରୀରେ ପୁଣି ଓଡ଼ିଶା ଆସିବେ ମୋଦୀ!

ଭୁବନେଶ୍ୱର : ଚଳିତ ମାସ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ୧୪ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ଗସ୍ତ ପରେ ପୁଣି ଜାନୁଆରୀରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ବାରିପଦା ଗସ୍ତରେ ଯିବେ ଏବଂ ୧୬ରେ ପଶ୍ଚିମ ଓଡ଼ିଶା ଗସ୍ତରେ ଯିବାର ସମ୍ଭାବନା ରହିଛି । ତେବେ ଏହା ସରକାରୀ କାର୍ଯ୍ୟକ୍ରମ ହେବ କି ସାଂଗଠନିକ କାର୍ଯ୍ୟକ୍ରମ ହେବ, ସେନେଇ ଜଣାପଡ଼ିନାହିଁ । ବିଜେପି ଫୋକସ୍ରେ ଓଡ଼ିଶା ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି । ଗୁରୁବାର ଶ୍ରୀ ଶାହ ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଫୋକସ୍ରେ ଓଡ଼ିଶା ରହିଛି ବୋଲି ସୂଚନା ଦେଇଥିଲେ ।

୨୪ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପଖୋର୍ଦ୍ଧା ସମାବେଶ ପଡିଆରେ ଭୂମି ପୂଜନ କଲେ ରାଜ୍ୟ ବିଜେପି ସଭାପତି