ଆସନ୍ତାକାଲି ବାରଣାସୀରେ ରୋଡ୍‌ ସୋ’ କରିବେ ମୋଦୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଯିବେ ବୋଲି ସୂଚନା ରହିଛି। ତାଙ୍କୁ ବିପୁଳ ସଂଖ୍ୟକ ଭୋଟ୍‌ ଦେଇ ଜିତାଇଥିବାରୁ ସେ ବାରଣାସୀର ମତଦାତାମାନଙ୍କୁ ଧନ୍ୟବାଦ୍‌ ଦେବା ସହ ସେଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବାରଣାସୀରୁ ଲଢୁଥିବା ମୋଦୀ ବିପୁଳ ସଂଖ୍ୟରେ ଭୋଟ୍‌ ପାଇଁ ବିଜୟ ଲାଭ କରିଛନ୍ତି। ସେ ମାର୍ଜିନ ୪,୭୯,୫୦୫ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। ମୋଦୀ ନିଜର ବିଜୟ ପରେ ଖୁସି ବ୍ୟକ୍ତ କରିବା ସହ ମତଦାତାମାନଙ୍କୁ ଧନ୍ୟବାଦ ଦେବା ପାଇଁ ବାରଣାସୀରେ ଏକ ଗ୍ରାଣ୍ଡ୍‌ ରୋଡ୍‌ ସୋ’ କରିବାର ଯୋଜନା ରଖିଛନ୍ତି। ସେଠାରେ ସେ ‘ଗଙ୍ଗା ଆରତୀ’ ବି କରିବେ ବୋଲି ଜାଣିବାକୁ ମିଳିଛି। ମୋଦୀ ସୋମବାର ସକାଳୁ ବାରଣାସୀରେ ପହଞ୍ଚିବେ। ସେ ସେଠାରେ ପହଞ୍ଚିବା ପରେ ପୋଲିସ୍‌ ଲାଇନ୍‌ରୁ କାଶି ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିବାର ଯୋଜନା କରିଛନ୍ତି।