୨ରୁ ମୋଦିଙ୍କ ଥାଇଲ୍ୟାଣ୍ଡ ଗସ୍ତ

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡ ଗସ୍ତରେ ଯିବେ। ୪ ତାରିଖ ଯାଏ ଥିବା ଏହି ବିଦେଶ ଗସ୍ତ ବେଳେ ମୋଦି ଏସିଆନ-ଇଣ୍ଡିଆ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ମୋଦି ବ୍ୟାକଂକ ଗସ୍ତରେ ମଧ୍ୟ ଯିବେ। ବୈଦେଶିକ ମନ୍ତ୍ରଣାଳୟର ସଚବି(ପୂର୍ବ) ବିଜୟ ଠାକୁର ସିଂହ କହିଛନ୍ତି, “ ପ୍ରଧାନମନ୍ତ୍ରୀ ଥାଇଲ୍ୟାଣ୍ଡରେ ଥିବା ବେଳେ ୧୬ତମ ଏସିଆନ-ଇଣ୍ଡିଆ ସମ୍ମିଳନୀ, ୧୪ତମ ଇଷ୍ଟ ଏସିଆ ସମ୍ମିଳନୀ ଓ ତୃତୀୟ ଆରସିଇପି ସମ୍ମିଳନୀରେ ଯୋଗଦେବେ।”

ଆରସିଇପିରେ ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ମ୍ୟାଲେସିୟା, ମିଆଁମାର, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ଲିସୋ ଓ ଭିଏତନାମ ରହିଛନ୍ତି। ଏମାନଙ୍କ ସହ ଉପରୋକ୍ତ ଦେଶଗୁଡ଼ିକର ଏଫଟିଏ ସହଯୋଗୀ ଯଥା-ଭାରତ, ଚାଇନା, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି।