ବଢ଼ିପାରେ ଲକ୍ ଡାଉନ୍ ଅବଧି

ନୂଆଦିଲ୍ଲୀ: ଆଜି ଦେଶରେ ଥିବା ସମସ୍ତ ଦଳର ସଂସଦୀୟ ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଲକ୍ ଡାଉନ୍ ଓ କୋରୋନା ଭାଇରସ ମୁକାବିଲା ନେଇ ଆଲୋଚନା କରିବେ ।

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲକ୍ ଡାଉନର ଅବିଧି ବୃଦ୍ଧି । ଯଦି ସରକାର ଏହାକୁ ବୃଦ୍ଧି କରିବାକୁ ଚାହିଁବେ ତେବେ ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯିବ ନଚେତ ବର୍ତମାନର ଲକ୍ ଡାଇନ୍ ଏପ୍ରିଲ ୧୪ରେ ଯାଏଁ ହି ରହିବ । ଏହାଛଡା ଲକ୍ ଡାଉନ୍ କାରଣରୁ ଅର୍ଥନୀତିରେ ପଡୁଥିବା ପ୍ରଭାବକୁ ନେଇ ମଧ୍ୟ ଆଲୋଚନା କରାଯିବ । ରାଜ୍ୟକୁ କେତେ ଅର୍ଥ ଦିଆଯିବ । ଦିନ ମଜୁରିଆ କିମ୍ବା ଲକ୍ ଡାଉନରେ କ୍ଷତି ସହିଥିବା ସମସ୍ତଙ୍କ ପାଇଁ ପ୍ୟାକେଜ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହେବ ।

ଦୁଇ ବର୍ଷ ପାଇଁ ଗଚଖଇଊଝ କୁ ସ୍ଥଗିତ ରଖିବାକୁ ସରକାରଙ୍କ ନିଷ୍ପତି ଉପରେ ବିରୋଧିଙ୍କ ମତାମତ ଲୋଡିବେ ମୋଦି । ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ନିଶ୍ଚିତ ଭାବରେ ଆଲୋଚନାରେ ବୈଶିଷ୍ଟ୍ୟ ହେବ । ପ୍ରକାଶଥାଉକି, ଲକ୍ ଡାଉନ୍ ଅବଧି ବୃଦ୍ଧିକୁ ନେଇ ରାଜ୍ୟ କରିଥିବା ଅପିଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ବିଚାର କରୁଛନ୍ତି ।

ଏହି ବୈଠକରେ ରାଜନାଥ ସିଂହ, ଅମିତ ଶାହା, ଥାୱର ଚାନ୍ଦ ଗେହଲୋଟ, ପ୍ରହ୍ଲାଦ ଜୋସୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ରହିବେ । ଏହାଛଡା ଶିବସେନାରୁ ସଞ୍ଜୟ ରାଉତ, ଲୋକ୍ ଜନଶକ୍ତି ଦଳର ଚିରାଗ ପାସୱାନ, ସମାଜବାଦୀ ଦଳର ରାମ ଗୋପାଲ୍ ଯାଦବ, ବହୁଜନ ସମାନ ପାର୍ଟିର ଡାନିଶ୍ ଅଲ୍ଲୀ ଓ ସତୀଶ ମିଶ୍ର, ବିଜୁ ଜନତା ଦଳର ପିନାକୀ ମିଶ୍ର ସାମିଲ ରହିବେ ।