ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

ଲାତୁର: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଦିବଗନ୍ତ ନେତା ବିଳାସ ରାଓ ଦେଶମୁଖଙ୍କ ନିର୍ବାଚନ ମଣ୍ଡଳୀ ଲାତୁରରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ମଧ୍ୟ ପ୍ରଦେଶରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଆୟକର ବିଭାଗର ଚାଲିଥିବା ଚଢାଉକୁ ଇଙ୍ଗିତ କରି କାହାର ନାଁ ସେ କହିଛନ୍ତି ଯେ କଂଗ୍ରେସରେ ଭଷ୍ଟ୍ରାଚାର ହିଁ ଶିଷ୍ଟାଚାର । ଆପଣ ଦେଖିଥିବେ ଯେ ଗତ ଦୁଇ ଦିଇ ଦିନ ମଧ୍ୟରେ କଂଗ୍ରେସର ନିକଟତର ଥିବା ଲୋକଙ୍କ ଘରୁ ନୋଟରେ ଭର୍ତ୍ତି ଥିବା ବାକ୍ସ ସବୁ ମିଳିଛି । ନୋଟ ଦେଇ ଭୋଟ କିଣିବାର ପାପ ଏମାନଙ୍କର ରାଜନୈତିକ ସଂସ୍କୃତି ।

ସେ କହିଛନ୍ତି ଯେ ପାକିସ୍ତାନ ଯାହା ଚାହୁଁଛି ତାହା କଂଗ୍ରେସ କହୁଛି । ଯେଉଁ ଭାଷା ପାକିସ୍ତାନ କହୁଛି ,ସେହି କଥା କଂଗ୍ରେସର ଘୋଷଣା ପତ୍ରରେ ରହିଛି । ଲାତୁରେ ରାଷ୍ଟ୍ରବାଦ ଉପରେ କେନ୍ଦ୍ରକରି ନିଜ ଭାଷଣରେ ସେ ପାକିସ୍ତାନ ସହ କଂଗ୍ରେସକୁ ଯୋଡିବାକୁ ଚେଷ୍ଟା କରିଛନ୍ତି । ପିଏମ ମୋଦୀ କହିଛନ୍ତି ଯେ ପାକିସ୍ତାନ, ଭାରତ ବିରୋଧରେ ମିଛ କହୁଛି, କଂଗ୍ରେସ ସେହି ମିଛକୁ ସାଙ୍ଗେ ସାଙ୍ଗେ ଧରି ପ୍ରଶ୍ନ କରୁଛି । 

ମୋଦୀ କହିଛନ୍ତି ଯେ, କଂଗ୍ରେସ ଜମ୍ମୁ-କାଶ୍ମୀରରେ ଅଲଗା ପ୍ରଧାନମନ୍ତ୍ରୀ ଚାହୁଁଥିବା ଲୋକଙ୍କ ସହ ଅଛି । କଂଗ୍ରେସ କହୁଛି ଯେ ଜମ୍ମୁ-କାଶ୍ମୀରରୁ କେବେ ବି 370 ସମାସ୍ତ କରିବୁନି । କଂଗ୍ରେସ କହୁଛି ଯେ ହିଂସା ହେଉଥିବା ଅଞ୍ଚଳରେ ସୈନ୍ୟ ମାନଙ୍କ ବିଶେଷ ଅଧିକାରକୁ ଫେରଇ ନିଆଯିବ । ପାକିସ୍ତାନ ମଧ୍ୟ ଏହା ଚାହୁଁଛି । ଯେଉଁ କଥା କଂଗ୍ରେସର ଘୋଷଣା ପତ୍ରରେ ରହିଛି ସେହି କଥା ପାକିସ୍ତାନ ମଧ୍ୟ କହୁଛି । 

ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ଗୋଟିଏ ମଞ୍ଚରେ ଠିଆ ହୋଇ ମୋଦୀ କହିଛନ୍ତି ଯେ କଂଗ୍ରେସ କହୁଛି ଯେ ଆମେ ଦେଶଦ୍ରୋହର ଆଇନ ହଟାଇବୁ, ଏହା କହିବା ପୂର୍ବରୁ କଂଗ୍ରେସକୁ ଆଇନାରେ ମୁଁହ ଦେଖିବାକୁ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଏହି କଂଗ୍ରେସ ବାଲାସାହେବ ଠାକରେଙ୍କ ନାଗରିକତାକୁ ଛଡାଇ ନେଇଥିଲା । ତାଙ୍କର ମତଦାନ କରିବାର ଅଧିକାରକୁ ଛଡାଇ ନେଇଥିଲା ।  କଂଗ୍ରେସ କେବଳ ଗୋଟିଏ ପରିବାରର ବିକାଶ କରିବାରେ ଲାଗିଛି । ପରିବାରବଦୀ ଦଳରୁ ବାଲା ସାହବ ଠାକରେଙ୍କ ଠାରୁ ଶିଖିବା ଦରକାର । ସେ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ହୋଇ ପାରିଥାନ୍ତେ, ସେ ଚାହିଁଥିଲେ ଉଦ୍ଧବ ଠାକରେ ଜୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରି ପାରିଥାନ୍ତେ । କିନ୍ତୁ ସେ ସେହି ରାସ୍ତା ଆପଣାଇ ନଥିଲେ ।