କର୍ଣ୍ଣାଟକ ପରେ ଏବେ ମଧ୍ୟ ପ୍ରଦେଶକୁ ଏଟିଏମ କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

ଗୁଜୁରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଜୂନାଗଡରଏ ନିର୍ବାଚନ ରାଲିକୁ ସମ୍ବୋନ୍ଧିତ କରି କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି । ଆୟକର ବିଭାଗର ରେଡକୁ ଇସାରା କରି ମୋଦୀ କହିଛନ୍ତି, କଂଗ୍ରେସର ନିକଟବର୍ତୀ ଲୋକମାନଙ୍କ ନିକଟରୁ ଟଙ୍କା ଭର୍ତି ବାକ୍ସ ମିଳୁଛି । କଂଗ୍ରେସ ପ୍ରଥମେ କର୍ଣ୍ଣାଟକକୁ ଏଟିଏମ କରିଥିଲା ଏବେ ମଧ୍ୟ ପ୍ରଦେଶକୁ ଏଟିଏମ କରୁଛି । 

ମୋଦୀ କହିଛନ୍ତି, କଂଗ୍ରେସ ଘୋଟାଲାରେ ଆଉ ଏକ ଘୋଟାଲା ଯୋଡି ହୋଇଯାଇଛି । କଂଗ୍ରେସ ଗର୍ଭବତୀ ମହିଳାଙ୍କ ପାଇଁ ପଠାଯାଉଥିବା ଟଙ୍କା ଲୁଟ କରୁଛି । କେବଳ ଟଙ୍କା ଲୁଟିବା ପାଇଁ କଂଗ୍ରେସ ଶାସନରେ ଆସିବାକୁ ଚାହୁଁଛି । ଏହି ସମୟରେ ରାଲିରେ ସାଧାରଣ ଜନତାଙ୍କୁ ମୋଦୀ ପ୍ରଶ୍ନ କରିଛନ୍ତି କି, କଣ ଆପଣମାନେ ଜୂନାଗଡ ଏବଂ ସୋମନାଥର ସର୍ଦ୍ଦାର ସାହେବଙ୍କୁ ଭୁଲି ପାରିବେ? ଯଦି ସର୍ଦ୍ଦାର ସାହେବ ନଥାନ୍ତେ ତେବେ ଜୂନାଗଡ କେଉଁଠାରେ ଥାନ୍ତା? କଂଗ୍ରେସ ଆଜି ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ବାଧା ଦେବା ସହ ହିନ୍ଦୁସ୍ତାନୀଙ୍କ ଭାବନାକୁ ମଧ୍ୟ ବାଧା ଦେଉଛି । 

ମୋଦୀ ପୁଣି କହିଛନ୍ତି, ସିଦ୍ଧାନ୍ତରେ ପରିପୂର୍ଣ୍ଣ ମୋରାଜୀ ଦେଶାଇଙ୍କ ସରକାରଙ୍କୁ କଂଗ୍ରେସ ବିଲୋପ କରିଛି । ଏବେ ଜଣେ ଚା ବାଲା ଦେଶରେ ୫ ବର୍ଷ କିପରି ଶାସନ କରି ପାରିଲା ତାହା ସେମାନଙ୍କୁ ହଜମ ହେଉ ନାହିଁ । ମୋଦୀଙ୍କୁ ହଟେଇବା ବ୍ୟତୀତ ତାଙ୍କ ନିକଟରେ ଏବେ କୌଣସୀ ଆଜେଣ୍ଡା ନାହିଁ । ମୋଦୀ ଯେଉଁ ସମୟରେ ଆତଙ୍କବାଦ ହଟାଅ କହୁଛନ୍ତି କଂଗ୍ରେସ ସେହି ସମୟରେ ମୋଦୀ ହଟାଅ କହୁଛି ।