ଦେଶରୁ କଂଗ୍ରେସ ହଟାଅ, ଗରିବ ହଟିବ: ନରେନ୍ଦ୍ର ମୋଦି

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମଦନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ଏକ ଜନସଭାରେ ସମ୍ବୋନ୍ଧିତ କରୁଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି । ମୋଦି କହିଛନ୍ତି, ଦେଶରୁ କଂଗ୍ରେସ ହଟିଲେ ଯାଇ ଗରିବ ହଟିବ । କଂଗ୍ରେସ ହଟିଲେ ଭ୍ରଷ୍ଟାଚାର ଲୋପ ପାଇବ । ତାହା ପରେ ଯାଇ ବିକାଶ ହେବ ।

ମୋଦି କହିଛନ୍ତି କି, କାଶ୍ମୀରରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ମୁଦ୍ଦାରେ ଶରଦ ପାୱାର ଚୁପ୍ କଣ ପାଇଁ ବସିଛନ୍ତି । ତାଙ୍କ ଦଳର ନାମ ହେଉଛି ରାଷ୍ଟ୍ରବାଦ । ଶରଦ ପାୱାରଙ୍କୁ ଏବେ କଣ ହୋଇଛି । ସେ ଦେଶ ନାମରେ କଂଗ୍ରେସ ଛାଡି ଦେଇଥିଲେ ଏବେ କଣ ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଜନଭାଗିଦାରୀରେ ଚାଲିଥିବା ଏକ ମଜବୁତ ସରକାର, ନିର୍ଣ୍ଣୟ ନେଉଥିବା ସରକାର ଭାବରେ ଭାରତକୁ ଦୁନିଆ ଦେଖୁଛି । ଏହା ପୂର୍ବରୁ ୧୦ ବର୍ଷ ପର୍ଯ୍ୟନ୍ତ ରିମୋଟ ଚାଳିତ ସରକାର ଦେଶ ଦେଖିଥିଲା । ଆଜି ଦୁନିଆ ଭାରତକୁ ମହାଶକ୍ତି ଭାବରେ ଦେଖୁଛି । ମୋଦି ପୁଣି କହିଛନ୍ତି, ଆଜି ସ୍ୱରୋଜଗାର ପାଇଁ କୋଟି କୋଟି ଯୁବଗୋଷ୍ଠୀଙ୍କୁ ବିନା ଗ୍ୟାରେଂଟିରେ ଋଣ ମିଳୁଛି । ଏହା ପଛରେ ଆପଣଙ୍କର ଭୋଟର ଶକ୍ତି ରହିଛି । ଗ୍ରାମ ଗ୍ରାମରେ ସଡକ ତିଆରି ହୋଇଛି । ବର୍ଷ ବର୍ଷ ଧରି ଅଟକି ରହିଥିବା ରେଲୱେ ପ୍ରୋଜେକ୍ଟରେ କାମ ହେଉଛି । ଯଦି ଆଜି ଦେଶ ବିକାଶ ପଥରେ ଅଗ୍ରସର ହେଉଛି ତେବେ ଏହା ପଛରେ ଆପଣଙ୍କର ଭୋଟର ଶକ୍ତି ରହିଛି ।