ମୋ ଭ୍ରଷ୍ଟାଚାର ବିରୋଧୀ ନୀତି ଦେଖି ମୋତେ ତଡ଼ିବାକୁ ବସିଛନ୍ତି: ମୋଦୀ

ସମ୍ବଲପୁର: ଦିଲ୍ଲୀରେ ପୂର୍ବରୁ ଯେଉଁ ସରକାର ରହିଥିଲା ସେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ବୁଡ଼ି ରହିଥିଲା। ଗରିବ, ଚାଷୀମାନଙ୍କ ପାଇଁ ଯେଉଁ ଯୋଜନା ହେଉଥିଲା ସେଥିରେ ଭ୍ରଷ୍ଟାଚାର ଦେଖିବାକୁ ମିଳୁଥିଲା। ଲୋକଙ୍କ ବିକାଶ ପାଇଁ ୧ଟଙ୍କା ଦିଆଯାଉଥିବାବେଳେ ୮୫ ପଇସା ଦଲାଲଙ୍କ ପାଖକୁ ଚାଲିଯାଉଥିଲା। ବର୍ତ୍ତମାନ ମୋଦୀ ସରକାର ଆସିବା ପରେ ଏସବୁ ଉପରେ ରୋକ ଲଗାଯାଇପାରିଛି। କିନ୍ତୁ ମୋଦୀ ସରକାରଙ୍କ ଭ୍ରଷ୍ଟାଚାର ବିରୋଧୀ ନୀତିକୁ ବିରୋଧୀ ଦଳଗୁଡ଼ିକ ସହି ପାରୁ ନାହାନ୍ତି। ତେଣୁ ମୋତେ ସେମାନେ ତଡ଼ିବାକୁ ବସିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସମ୍ବଲପୁରଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗଦେଇ ପୂର୍ବର କଂଗ୍ରେସ ସରକାର ଏବଂ ରାଜ୍ୟର ବିଜେଡି ସରକାର ଉପରେ ବିର୍ଷିବା ସହ ଏଭଳି ମତ ଦେଇଛନ୍ତି।