ପ୍ରଥମେ ଚୌକିଦାରକୁ ଗାଳି ଦେଉଥିଲେ ଏବେ ସବୁ ମୋଦି ନାମଧାରୀ ବ୍ୟକ୍ତିକୁ ଗାଳି ଦେଉଛନ୍ତି : ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶରେ ନିର୍ବାଚନୀ ତାତି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ପୁଣି ଥରେ ସତ୍ତାକୁ ଆସିବା ପାଇଁ ମାରାଥନ୍ ପ୍ରଚାର ଚଳାଇଛନ୍ତି । ଗତକାଲି ଓଡ଼ିଶାରେ ଆସିଥିବା ବେଳେ ଆଜି ମହାରାଷ୍ଟ୍ରରେ ନିର୍ବାଚନୀ ରାଲି କରିଛନ୍ତି ମୋଦି । ମହାରାଷ୍ଟ୍ର ମାଢ଼ାର ଏକ ର।ଲିରେ ଉଦବୋଧନ ଦେଇ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସର ବଡ଼ ବଡ଼ ଲୋକ ମୋତେ ଗାଳିଦେବା ସହ ପୂରା ସମାଜକୁ ଗାଳି ଦେବାକୁ ପଛାଉ ନାହାନ୍ତି । କଂଗ୍ରେସ ନେତାମାନେ ପ୍ରଥମେ ଚୌକିଦାରକୁ ଗାଳି ଦେଉଥିଲେ ଆଉ ଏବେ ସବୁ ମୋଦି ନାମଧାରୀ ବ୍ୟକ୍ତିକୁ ଗାଳି ଦେଉଛନ୍ତି ।