କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବାରୁଅଠାରେ ମଙ୍ଗଳବାର ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି। ଏହି ଅବସରରେ ମୋଦୀ ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ନିଜର ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ମୁଁ ଭୋଟ ଦେଇ ଆସିଛି। ଭୋଟ ଦେବା ଆମର କର୍ତ୍ତବ୍ୟ ଏବଂ ସୌଭାଗ୍ୟ। ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ମୋର ଶେଷ ଦିନ। ବିଜେପି ସରକାର ଗଢ଼ିଲେ ପୁଣି ଆସିବି। ମୋଦୀ ଆହୁରି କହିଥିଲେ, ଓଡ଼ିଶାର ନେତାଙ୍କଠାରୁ ଲୋକମାନେ ଅଧିକ ଚାଲାକ। ନିକଟରେ ମୁଁ ସୁରତରେ କିଛି ଓଡ଼ିଆ ଲୋକଙ୍କୁ ଭେଟିଥିଲି। ସେମାନେ ଠାରରେ ବୁଝାଇ ଦେଇଥିଲେ ଯେ ଏଥର ବିଜେପି। ୫ବର୍ଷର ସକାର ମଧ୍ୟରେ ଗୋଟିଏ ବି ଭ୍ରଷ୍ଟାଚାରର ଦାଗ ଲାଗିନି। ଯେଉଁମାନେ ମିଥ୍ୟା ଆରୋପ ଲଗାଇଥିଲେ ସେମାନେ ଏବେ କାଠଗଡ଼ାରେ ବୋଲି ମୋଦୀ କହିଥିଲେ।
Prev Post