ନିର୍ବାଚନ ପୂର୍ବରୁ ବଜାରକୁ ଆସିଲା ମୋଦି ଶାଢ଼ୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମାତ୍ର ଆଉ କିଛି ମାସ ରହିଲା । ଏ ନେଇ ଚାରିଆଡେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି । ନିଜ ନିଜ ଦଳକୁ ଜିତାଇବା ପାଇ ନେତା ମାନେ ବିଭିନ୍ନ ପ୍ରକାରର ଚେଷ୍ଟା ଚଳାଇଛନ୍ତି । ଏଥିପାଇଁ ପ୍ରଚାର ମଧ୍ୟ ଭିନ୍ନ ଭିନ୍ନ ଆକାରରେ ଚାଲିଛି । ତେବେ ଏଥିରୁ ବାଦ୍ ପଡ଼ିନି ଫ୍ୟାଶନ୍ ମାର୍କେଟ । କାରଣ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁର ଫଟୋ ଥିବା ଏକ ବିଶେଷ ଶାଢ଼ୀ ଏବେ ଫ୍ୟାଶନ୍ ମାର୍କେଟ୍ରେ ବିକ୍ରି ଚାଲିଛି । ଯାହାକୁ ଲୋକ ବେଶ ପସନ୍ଦ ମଧ୍ୟ କରୁଛନ୍ତି । ଗୁଜୁରାଟ ସୁରଟ ସହରର ଏକ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁର ପ୍ରିଂଟ୍ ଥିବା ଶାଢ଼ୀ ଡିଜାଇନ୍ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଫ୍ୟାଶନ ମାର୍କେଟରେ ଏଭଳି ଅଭିନବ ପ୍ରୟାସ ଲୋକଙ୍କୁ ବିସ୍ମିତ କରିଦେବ, ତାହା କହିଲେ ତୃଷ୍ଟି ହେବ ନାହିଁ ।