ଟ୍ୱିଟ୍ ଜରିଆରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଜୁଙ୍କ ବିକାଶମୂଳକ କାର‌୍ୟ୍ୟ ଆଜି ବି ପ୍ରେରଣା ଯୋଗାଉଛି । ଗରିବଙ୍କ ସଶକ୍ତିକରଣ ପାଇଁ ବିଜୁବାବୁ ଅନେକ ପଦକ୍ଷେପ ନେଇଥିଲେ। ଲୋକଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ସୂଚନାଯୋଗ୍ୟ ଆଜି ସମଗ୍ର ରାଜ୍ୟରେ ବିଶିଷ୍ଟ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୩ତମ ଜୟନ୍ତୀ ପାଳନ କରାଯାଉଛି। ପଞ୍ଚାୟତରାଜ ଦିବସ ଭାବେ ଘୋଷିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ୭ଟାରେ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ୍ ପାର୍କ) ଠାରୁ ଆରମ୍ଭ ହୋଇ ଏହି ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା।