ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜୁ ବାବୁଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୪୫ ମସିହାର ଏକ ଦସ୍ତାବିଜ ଟ୍ବିଟରରେ ସେୟାର କରିବା ସହ ବିଜୁ ବାବୁଙ୍କ ସାହସିକତାକୁ ମନେପକାଇଛନ୍ତି ।
୧୯୪୫ ମସିହାରେ ବିଜୁବାବୁ କିପରି ଆତ୍ମଗୋପନ କରିଥିବା ରାମମନହୋର ଲୋହିଆଙ୍କୁ ବିମାନରେ ବସାଇ ଦିଲ୍ଲୀରୁ କୋଲକାତା ନେଇଯାଇଥିଲେ ତାହା ଏଥିରେ ଉଲ୍ଲେଖ ରହିଛି ।