ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କର ଆଜି ହେବ ଶେଷକୃତ୍ୟ। ତା’ପୂର୍ବରୁ ପ୍ରଣବ ମୁଖର୍ଜୀଙ୍କ ବାସଭବନ ରାଜାଜୀ ମାର୍ଗରେ ତାଙ୍କୁ ଶେଷ ଦର୍ଶନ କରିଛନ୍ତି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ ଏବଂ ୩ ସେନା ମୁଖ୍ୟ ପ୍ରଣବ ମୁଖର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏମାନଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ ପ୍ରମୁଖ ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଣବଙ୍କ ଶେଷ ଦର୍ଶନ ଚାଲିବ। ଏଥିପାଇଁ ପ୍ରଣବଙ୍କ ବାସଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରଯାଇଛି।
ଦିନ ୨ଟା ୩୦ରେ ଦିଲ୍ଲୀର ଲୋଧି ଶଶ୍ମାନ ଘାଟରେ ପ୍ରଣବଙ୍କର ଅନ୍ତିମ ସଂସ୍କାର କରାଯିବ। ପ୍ରଣବଙ୍କ ବିୟୋଗରେ ଦେଶରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।