ପ୍ରଧାନମନ୍ତ୍ରୀ ମୋଦି ଲଢ଼ିବେ ଦୁଇଟି ଆସନରୁ ନିର୍ବାଚନ!

ନୂଆଦିଲ୍ଲୀ : ବିଜେପି ପଶ୍ଚିମବଙ୍ଗ ଶାଖାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟର କୌଣସି ଲୋକସଭା ସିଟରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ମୁକୁଲ ରାୟ । ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ସିଟ୍ ଅଛି । ଏହି ସିଟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି । ମୁକୁଲ ରାୟ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି, ସେ ଏଥର ପଶ୍ଚିମବଙ୍ଗର କୌଣସି ଲୋକସଭା ଆସନରୁ ନିର୍ବାଚନ ଲଢ଼ନ୍ତୁ, ଯେଉଁଠାରେ କି ଅନ୍ତିମ ପର୍ଯ୍ୟାୟରେ ମେ’ ମାସ ୧୨ ଏବଂ ୧୯ ତାରିଖରେ ମତଦାନ ହେବ । ମୁକୁଲ ରାୟ କହିଛନ୍ତି, ସେ (ନରେନ୍ଦ୍ର ମୋଦି) ଏବେ କିଛି କହି ନାହାନ୍ତି , କିନ୍ତୁ ଆମର ଦୃଢ ଆଶା ଯେ, ସେ ଆମ ପ୍ରସ୍ତାବରେ ରାଜି ହେବେ ।