ପୂର୍ବତନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବାକୁ ପହଂଚିଛନ୍ତି । ପ୍ରଣବ ମୁଖାର୍ଜୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କୁ ମିଠା ଖୁଆଇଛନ୍ତି । ଏଥର ବିଜେପିକୁ ୩୦୩ ଲୋକସଭା ଆସନରୁ ବିଜୟ ମିଳିଛି ଏବଂ ସହେଯାଗୀ ଦଳଙ୍କ ବିଜୟକୁ ମିଶାଇ ସମୁଦାୟ ୩୫୨ ଆସନ ହାସଲ ହୋଇଛି । ଏବେ ପୁଣି ଥରେ ଦେଶରେ ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ତିଆରି କରିବାକୁ ଯାଉଛି ।

ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏହି ସାକ୍ଷାତକାରର ଫଟୋ ମୋଦୀ ନିଜ ଟ୍ୱିଟର ଆକାଉଂଟରେ ସେୟାର କରି ଲେଖିଛନ୍ତି କି, ପ୍ରଣବ ଦାଙ୍କ ଆଶୀର୍ବାଦ ନେଲି । ତାଙ୍କ ସହ ସାକ୍ଷାତ ହେଲେ ସର୍ବଦା ଅନୁଭବ ବଢେ । ତାଙ୍କ ଜ୍ଞାନ ଏବଂ ଉପଦେଶ ଭଳି ଆଉ କେହି ସମକକ୍ଷ ନାହାଁନ୍ତି । ବିଭିନ୍ନ ପ୍ରଚାରାତ୍ମକ ନାରା ସହ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି । ମୋଦୀଙ୍କ ନାମରେ ଏବଂ ରାଷ୍ଟ୍ରବାଦ ଲହରୀରେ ଏହି ବିଜୟ ପରେ ଦେଶରେ ବିଜେପି କାର୍ଯ୍ୟକର୍ତା ଏବଂ ସମର୍ଥକଙ୍କ ମଧ୍ୟରେ ବିଜୟର ଉତ୍ସବ ପାଳନ ହେଉଛି ।