ଦେଶ ସେବାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ପ୍ରଣାମ: ମୋଦୀ

ସୁନ୍ଦରଗଡ଼: ଶନିବାର ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇଥିଲେ। ଦୀର୍ଘ ୨୮ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଥିବାରୁ ପ୍ରବଳ ଜନସମାଗମ ହୋଇଥିଲା। ଏହି ଅବସରରେ ମୋଦୀ ଉଦବୋଧନ ଦେଇ କହିଥିଲେ, ସୁନ୍ଦରଗଡ଼ରେ ଜନସମୁଦ୍ର ଦେଖି ମୁଁ ଅଭିଭୂତ। ଆପଣମାନଙ୍କ ଆଶୀର୍ବାଦ ମୁ ଜୀବନସାରା ଭୁଲି ପାରିବିନି। କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି। ପ୍ରଧାନ ସେବକ ତା’ର ମାଲିକଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି। ଦେଶ ସେବାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ପ୍ରଣାମ କରୁଛି ବୋଲି ମୋଦୀ କହିଥିଲେ। ଏଥିସହ ଶନିବାର ବିଜେପିର ପ୍ରତିଷ୍ଠା ଦିବସ ଥିବାରୁ ସେ ଦଳୀୟ କର୍ମୀ ଓ ନେତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।