CAA ଲାଗୁ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଜାରି, ଏହି ୩ ପଡୋଶୀ ଦେଶର ଲୋକଙ୍କୁ ମିଳିବ ନାଗରିକତ୍ବ

ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ ମାଧ୍ୟମରେ ଭାରତର ୩ ପଡୋଶୀ ଦେଶର ଅଳ୍ପ ସଂଖ୍ୟକମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଏନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ।

ଶରମାର୍ଥୀମାନଙ୍କୁ ମିଳିପାରିବ ନାଗରିକତା । ୩ ଦେଶ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ । ଏହି ଦେଶର ୨୦୧୪ ପୂର୍ବରୁ ଶରଣ ନେଇଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତା । ୨୦୧୯ ଡିସେମ୍ବରରେ ସିଏଏ ପାରିତ ହୋଇଥିଲା । ଏହା ସପକ୍ଷରେ ୧୨୫ ଓ ବିରୋଧରେ ୧୦୫ ଖଣ୍ଡ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ଏହି ବିଧେୟକକୁ ୨୦୧୯, ୧୨ ଡିସେମ୍ବରରେ ମଞ୍ଜୁରୀ ମିଳିଥିଲା।