କାଟ ଖାଇଲା ଅନାସ୍ତା ପ୍ରସ୍ତାବ : ଲୋକସଭାରେ ବିଶ୍ୱାସ ଜିତିଲେ ମୋଦି ସରକାର

ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିପକ୍ଷରେ ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଲା । ୧୨ ଘଣ୍ଟାର ବିତର୍କ ପରେ ଲୋକସଭାରେ ସରକାରଙ୍କୁ ବହୁମତ ପ୍ରମାଣ ଲାଗି ଭୋଟଂ ହୋିଥିଲା । ଭୋଟିଂରେ ସପକ୍ଷରେ ୩୨୫ ଭୋଟ ପଡିଛିବାବେଳେ ବିପକ୍ଷରେ ୧୨୬ ଭୋଟ ପଡିଥିଲା । ବହୁମତରେ ପୁଣି ସଂସଦରେ ମୋଦିସରକାର ନିଜର ସଂଖ୍ୟା ବଳର ପ୍ରମାଣ ଦେଇଛନ୍ତି । ଟିଡିପି ଏବଂ ଏନସିପି ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ଗ୍ରହଣ କରିଥିଲେ ବାଚସ୍ପତି ସୁମିତ୍ରା ମାହାଜନ । ଶୁକ୍ରବାର ସରକାର ଦେଇଥିଲେ ଅଗ୍ନି ପରୀକ୍ଷା ।  ୨୦୦୩ ପରେ କେନ୍ଦ୍ରର କୌଣସି ସରକାରଙ୍କ ବିରୋଧରେ ଏଭଳି ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ ହୋଇଥିଲା । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଟିଡିପି ନେତା କେସିନିଏନି ଶ୍ରୀନିବାସଙ୍କ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରଥିଲେ  । ଏହି ଅନାସ୍ଥା ନୋଟିସ୍‌ ଉପରେ ଆଜି ଆଲୋଚନା ହୋଇଥିଲା । ୨୦୧୪ରେ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ତେଣୁ ଆଜି ମୋଦି ସରକାରଙ୍କ ଅଗ୍ନିପରୀକ୍ଷା ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଥିଲେ।