ଇକୋଫ୍ରେଣ୍ଡଲୀ ଯୋଗ ପାଳିବେ ମୋଦୀ ସରକାର

ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯୋଗରେ ହରିତ କ୍ରାନ୍ତି ଆଣିବାକୁ ନିଷ୍ପତି ନେଇଛନ୍ତି | ଏଥର ମୋଦି ସରକାର ଇକୋଫ୍ରେଣ୍ଡଲୀ ଯୋଗ ଦିବସ ପାଳନ କରିବାକୁ ନିଷ୍ପତି ନେଇଛନ୍ତି | ଆଗାମୀ ଜୁନ ୨୧ ତାରିଖରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ରବର ଓ ପ୍ଲାଷ୍ଟିକ ମୁକ୍ତ ଯୋଗ ଦେଖିବାକୁ ମିଳିବ |

ଯୋଗାଶନରେ ବ୍ୟବହାର କରାଯାଉଥିବା ରବର ସ୍ଥାନରେ ସୁତା କପଡ଼ାରେ ପ୍ରସ୍ତୁତ କରାଯିବ | ସେହିପରି ପ୍ଲାଷ୍ଟିକରେ ନିର୍ମିତ ଯୋଗ ସାମଗ୍ରୀ ମଧ୍ୟ ଏଥର ବର୍ଜନ କରାଯିବ | ସେହିପରି ଯୋଗ କରିବାକୁ ବେଶଭୂଷାରେ ଭାରତୀୟ ପରିଚୟ ରହିବ | ସେଥିପାଇଁ ଖଦିରେ ପ୍ରସ୍ତୁତ ହୋଇଥିବା ପୋଷାକ ବଣ୍ଟନ କରାଯିବ | ଏସବୁ ପ୍ରସ୍ତୁତ କରିବାକୁ ଟେଣ୍ଡର ମଧ୍ୟ ଜାରି ହୋଇଯାଇଛି |୨୦୧୫ରେ ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଆରମ୍ଭ କରାଯାଇଥିଲା | ଆୟୁଷ ମନ୍ତ୍ରାଳୟ ପାଞ୍ଚ ବର୍ଷ ମଧ୍ୟରେ ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢାଇବାର ପ୍ରୟାସରେ ଲାଗିଛି | ଯାହାଫଳରେ ପ୍ରତିଦିନ ୨୦ରୁ ୨୫ କୋଟି ଲୋକ ପ୍ରତିଦିନ ଯୋଗ କରୁଛନ୍ତି | ଏହି ବର୍ଷ ରାଞ୍ଚିରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବେ |