କ୍ଷୁଦ୍ର ଋଣଧାରୀଙ୍କୁ ଭେଟି ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କ୍ଷୁଦ୍ର ଋଣ ଧାରକଙ୍କୁ ମୋଦୀ ସରକାର ବଡ ଉପହାର ଦେଇ ପାରିନ୍ତି । ଇନସୋଲଭେନ୍ସି ଏଣ୍ଡ ବ୍ୟାଙ୍କରପ୍ସୀ କୋଡ(ଓଈଉ) ଅନୁସାରେ ସରକାର କ୍ଷୁଦ୍ର ଋଣଧାରୀଙ୍କ ଋଣ ଛାଡ କରିପାରନ୍ତି । ଏହି ସବୁ IBC ର ଫ୍ରେସ ଷ୍ଟାର୍ଟ ନିୟମ ଅନୁସାରେ ଛାଡ କରାଯାଇ ପାରିବ । ଏହାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ।

କର୍ପୋରେଟ ବିଭାଗର ସଚିବ ଇଞ୍ଜେତୀ ଶ୍ରୀନିବାସ କହିଛନ୍ତି ଆର୍ଥିକ ଦୁର୍ବଳ ବର୍ଗ ଅର୍ଥାତ EWS ଅଧିନରେ ଆସୁଥିବା କ୍ଷୁଦ୍ର ଋଣଧାରୀଙ୍କ ଋଣକ୍ଷମା କରିବା ପାଇଁ କ୍ୟାଟେଗୋରି ପ୍ରସ୍ତୁତ କରିବା ପାଇଁ ସରକାର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ସହ ଆଲୋଚନା କରୁଛନ୍ତି । ଶ୍ରୀନିବାସ କହିଛନ୍ତି ଏହା ଦ୍ୱାରା EWSରେ ସବୁଠାରୁ ଅଧିକ ଋଣଭାରରେ ଥିବା ଋଣ ଧାରକମାନେ ଅଧିକ ଲାଭବାନ ହେବେ । ଅନ୍ୟପଟେ ଯଦି କେହି ଏହି ଫ୍ରେସ ଷ୍ଟାର୍ଟର ଲାଭ ଥରେ ଉଠାଇ ନେଇଛନ୍ତି ତେବେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଲାଭ ଉଠାଇ ପାରିବେନି । ଶ୍ରୀନିବାସ କହିଛନ୍ତି ସାରା ଦେଶରେ ଚାରି-ପାଞ୍ଚ ବର୍ଷ ମଧ୍ୟରେ ଏହି ଋଣଛାଡ ୧୦,୦୦୦ କୋଟିରୁ ଅଧିକ ହେବ ନାହିଁ ।