ଦେଶର ୨୬ କୋଟି କୃଷକଙ୍କ ଲାଗି ୪ ଲକ୍ଷ କୋଟିର ଋଣ ଛାଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

ଭୁବନେଶ୍ୱର : ଏକଦା ବିଜେପିର ଗଡ କୁହାଯାଉଥିବା ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଛି । ଖାସକରି ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଭଳି କୃଷି ପ୍ରଧାନ ରାଜ୍ୟରେ ବିଜେପି ହାରିବାର ମୁଖ୍ୟ କାରଣ କୃଷି ଓ କୃଷକ ସମସ୍ୟାକୁ ଅଣଦେଖା କରିବା ବୋଲି ସାରାଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ୨୦୧୯ ସାଧାରଣ ନିର୍ବାଚନ ଆସୁଛି । ଏଭଳି ସ୍ଥିତିରେ ଦିଲ୍ଲୀଗାଦିକୁ ଫେରିବାକୁ ବିଜେପି ସରକାର ଏକ ବଡ ରଣନୀତି କରୁଥିବା ଚର୍ଚ୍ଚା ହେଲାଣି । କୁହାଯାଉଛି ଯେଉଁ କୃଷକ ସମସ୍ୟା ନେଇ ବିଜେପି ତିନୋଟି ରାଜ୍ୟରେ ହାରିଛି ବୋଲି ସମୀକ୍ଷକ ମାନେ କହୁଛନ୍ତି ଏବେ ସେଇ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିବେ କେନ୍ଦ୍ର ସରକାର । କୃଷକ ମାନଙ୍କ ଲାଗି ଋଣ ଛାଡ ଭଳି ଏକ ବଡ ଘୋ,ଣା ପ୍ରଧାନମନ୍ତ୍ରୀ ଖୁବ ଶିଘ୍ର କରିପାରନ୍ତି ବୋଲି କୁହାଯାଉଛି । ସାରାଦେଶର କୃଷକ ମାନେ ଏହା ଦ୍ୱାରା ଲାଭବାନ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ୨୬ କୋଟି କୃଷକଙ୍କର ଉପରେ ଥିବା ୪ ଲକ୍ଷ କୋଟି ଟଙ୍କାର କୃଷି ଋଣ ଚଛାଡ କରିବାର ଯୋଜନା କରୁଛନ୍ତି। ଏଥିଲାଗି ଧନ ଆବଣ୍ଟନ ଯୋଜନା ଆରମ୍ଭ ହୋଇଛି। ଏହା ଏଯାବତ୍‌ ହୋଇଥିବା ସବୁଠାରୁ ବଡ଼ ଋଣ ଛାଡ ଯୋଜନା ହେବ। ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସାତ ଲକ୍ଷ ୨୦ ହଜାର ଟଙ୍କାର କୃଷି ଋଣ ଛାଡ କରିବାର ଘୋଷଣା ପରେ ୨୦୦୯ରେ ଅଧିକ ସଂଖ୍ୟକ ସିଟ୍‌ରେ ୟୁପିଏ ସରକାର ବିଜୟୀ ହୋଇଥିଲା। କିନ୍ତୁ ନରେନ୍ଦ୍ର ମୋଦି ଯଦି ଏହି କୃଷି ଋଣ ଛାଡ ଯୋଜନାକୁ ଆପଣାନ୍ତି,ତେବେ ଦେଶର ଅଧିକ କ୍ଷତି ବଢିବ ଓ ଜିଡିପି ମାତ୍ର ୩.୩ ପ୍ରତିଶତ ରହିବ।ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଭାଜପା ପ୍ରଥମେ କୃଷି ଋଣ ଛାଡ ଘୋଷଣା କରି କ୍ଷମତାକୁ ଫେରିଥିଲା।