୧୬ରେ ଓଡିଶା ଆସିବେ ମୋଦି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖୋଉଛି ଜଣେ ପରେ ଜଣେ ନେତା ଓଡ଼ିଶା ଗସ୍ତ କରୁଛନ୍ତି । ଓଡ଼ିଶାରେ ବିଜେପି ନିର୍ବାଚନ ପ୍ରଚାରକୁ ସରଗରମ କରିବାକୁ ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ପୁଣି ଓଡିଶା ଆସିବେ ।ରାଜନୈତିକ ଦଳଙ୍କ ନଜର ରହିଛି ଓଡ଼ିଶା ଉପରେ । ଓଡ଼ିଶାରେ ବିଜେପିର ସାମ୍ରାଜ୍ୟ ବିସ୍ତାର କରିବାକୁ ନିର୍ବାଚନୀ ପ୍ରଚାର ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ପୁଣି ଓଡିଶା ଗସ୍ତ କରିବେ । ଆସନ୍ତା ୧୬ରେ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏବଂ ଏପ୍ରିଲ ୧୭ରେ ଅମିତ ଶାହା ଓଡିଶାଗସ୍ତ କରି ବଡ଼ମ୍ବା ଓ ଢେଙ୍କାନାଳ ସଭାରେ ଯୋଗ ଦେବେ ।