ଯବାନଙ୍କ ସହ ଦିୱାଲୀ ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ  : ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର । ସମସ୍ତେ ଉତ୍ସବର ମାହୋଲରେ ମସଗୁଲ୍ । ଉତ୍ତରାଖଣ୍ଡ ହର୍ସିଲ୍ ଯାଇ ସେନା ଓ ଆଇଟିବିପି ଯବାନଙ୍କ ସହ ଦିୱାଲୀ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସବୁଆଡ଼େ ଆନନ୍ଦ, ଉଲ୍ଲାସର ମାହୋଲ୍ । ଚିକ୍ ମିକ୍ ଆଲୋକରେ ଚାରିଆଡ଼େ ରଙ୍ଗୀନ୍ । ପୁଣି ଆକାଶରେ ରଙ୍ଗୀନ୍ ଆଲୋକର ଝଲକ । ଏ ହେଉଛି ଆଲୋକର ପର୍ବ ଦୀପାବଳିର ମାହୋଲ୍ । ଅଜ୍ଞାନ ରୂପୀ ଅନ୍ଧକାର ଉପରେ ଆଲୋକର ବିଜୟ

ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର । ସମସ୍ତେ ନିଜ ନିଜ ଶୈଳୀରେ ମନାଉଛନ୍ତି ଦିୱାଲୀ । ଉତ୍ତରାଖଣ୍ଡ ହର୍ସିଲରେ ସେନା ଓ ଆଇଟିବିପି ଯବାନଙ୍କ ସହ ଦିୱାଲୀ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନଙ୍କୁ ହାପି ଦିୱାଲୀ କହି ଶୁଭକାମନା ଜଣାଇବା ସହ ମିଠାଇ ଖୁଆଇଛନ୍ତି ।

ଯବାନଙ୍କ ସହ ଦିୱାଲୀ ମନାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନୂଆ ନୁହେଁ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତିବର୍ଷ ଯବାନଙ୍କ ସହ ସେ, ଦିୱାଲୀ ମନାଇଥାନ୍ତି । ଏପରିକି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ଏହା କରୁଥିଲେ । ସୀମାରେ ମୁତୟନ ଯବାନଙ୍କ ପାଇଁ ଦେଶବାସୀ ସୁରକ୍ଷିତ, ତେଣୁ ଆଲୋକର ପର୍ବ ଦୀପାବଳି, ଯବାନଙ୍କ ଜୀବନରେ ହସଖୁସି ଓ ସମୃଦ୍ଧି ଭରିଦେବା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।