ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ନଗ୍ନ ଯୋଗ ଫଟୋ : ବିନା ବସ୍ତ୍ରରେ ଯୋଗ ସ୍ୱର୍ଗ ସୁଖର ଅନୁଭବ ଦିଏ- ସୋଫିଆ ହାୟତ

ନୂଆଦିଲ୍ଲୀ : ଦିନକୁ ଦିନ ଯୋଗ ଭ୍ୟାସ ପ୍ରତି ସାରା ବିଶ୍ୱରେ ଆଦର ବଢୁଛି । ପୁରୁଷ ,ମହିଳା,ପିଲାଠୁ ବଡ ଯାଏ ସମସ୍ତେ ଯୋଗ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ହେଲେ ଅର୍ଦ୍ଧ ଲଗ୍ନ ହୋଇ ଯୋଗକଲେ ତାହା ଆହୁରି ଭଲ ଲାଗେ । ନଗ୍ନ ହୋଇ ଯୋଗ ମାଧ୍ୟମରେ ଇଶ୍ୱରଙ୍କ ପାଖରେ ଲୀନ ହେବା ବହୁତ ଖୁସିର କଥା । ଯୋଗକୁ ନେଇ ଏଭଳି ଚର୍ଚ୍ଚିତ ମତ ଓ ଯୋଗର ଅର୍ଦ୍ଧ ନଗ୍ନ ଫଟୋ ଛାଡି ଛର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ମଡେଲ ସୋଫିଆ ହୟାତ । ସୋଫିଆ ତାଙ୍କ ଅର୍ଦ୍ଧ ନଗ୍ନରେ ଯୋଗ କରିବାର ଫଟୋକୁ ନିଜେ ଇନଷ୍ଟାଗ୍ରାମରେ ଛାଡିଛନ୍ତି । ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି । ନିଜର ଅଦ୍ଧନଗ୍ନରେ ଯୋଗ କରିବାର ଫଟୋ ଅପଲୋଡ କରି ସୋଫିଆ ଲେଖିଛନ୍ତ, ମୁଁ ଯୋଗ,ମେଡ଼ିଟେସନ୍‌ ଏବଂ ସଜଦା କରେ ଏବଂ ଯେତେବେଳେ ଏହାକୁ ଆପଣ ବିନା ପୋଷାକରେ କରିବେ ସେତେବେଳେ ଏହା ଆହୁରି ଭଲ ଲାଗେ । ନଗ୍ନ ହୋଇ ଇଶ୍ୱରଙ୍କ ମଧ୍ୟରେ ଲୀନ ହେବା ବହୁତ ଖୁସିର କଥା । ଆପଣଙ୍କ କାମକୁ ଦେଖି କିଏ କ’ଣ ଭାବିବ ସେ ବିଷୟରେ ନ ଭାବି କାମ କରିବା ସ୍ୱର୍ଗ ପ୍ରାପ୍ତିର ଅନୁଭବ କରାଇଥାଏ । ଗୋଟେ ମା’ ନଗ୍ନ ହୋଇ ତା’ର ସନ୍ତାନକୁ ଜନ୍ମ ଦେଇଥାଏ । ସୋଫିଆ ଅପ୍‌ଲୋଡ଼ କରିଥିବା ଫଟୋରେ ଶରୀରର ଉପର ଭାଗରେ ସେ ଏକ ଗାମୁଛାରେ ନିଜକୁ ଢ଼ାଙ୍କିଥିବା ଦେଖିବାକୁ ମିଳିଛି । ଫଟୋରୁ ସେ ଗାମୁଛା ତଳେ କିଛି ପିନ୍ଧି ନଥିବା ଦେଖିବାକୁ ମିଳିଛି । ଏହି ଫଟୋ ଅପ୍‌ଲୋଡ଼ କରିବା ପରେ ସବୁଥର ଭଳି ଏଥର ମଧ୍ୟ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।