କ୍ୟାଟ୍‌ୱାକ୍‌ ବେଳେ ମଡେଲଙ୍କ ମୃତ୍ୟୁ

ସାଓ ପାଓଲୋ: ରାମ୍ପରେ କ୍ୟାଟ୍‌ୱାକ କରିବା ବେଳେ ଜଣେ ମଡେଲଙ୍କ ମୃତ୍ୟୁ ଘଟିଛି। ବ୍ରାଜିଲର ସାଓପାଓଲୋରେ ଶନିବାର ଆୟୋଜିତ ଫ୍ୟାଶନ ୱିକ୍‌ର ରାମ୍ପ ଶୋରେ ଏହି ଘଟଣା ଘଟିଛି। ମୃତା ମଡେଲ ହେଉଛନ୍ତି ଟେଲ୍‌ସ ସୋର୍‌ସ। ସେ ରାମ୍ପରେ ଚାଲୁଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯାଇଥିଲେ। ୨୬ ବର୍ଷୀୟା ଏହି ମଡେଲଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଫ୍ୟାଶନ ୱିକରେ ଉପସ୍ଥିତ ସମସ୍ତ ଦର୍ଶକ ସ୍ତବ୍ଧ ହୋଇଯାଇଥିଲେ। ସାଓପାଓଲୋ ଫ୍ୟାଶନ ୱିକ ପକ୍ଷରୁ ଏ ନେଇ ଏକ ବିବୃତି ଜାରି କରାଯାଇ ଗଭୀର ଦୁଃଖପ୍ରକାଶ କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି।